<h3>ଆଇପିଏଲର ରୋମାଂଚକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।୨୨୨ ରନକୁ ପିଛା କରୁଥିବା ରାଜସ୍ଥାନ ୮ ୱିକେଟ ହରାଇ ୨୦୧ ରନ କରିଥିଲା ।ସଞ୍ଜୁ ସାମସନ ୪୬ ବଲରୁ ୮୬ ରନ କରିଥିଲେ ।ରିୟାନ ପରାଗ ୨୨ ବଲରୁ ୨୭ ଓ ଶୁଭମ ଦୁବେ ୧୨ ବଲରୁ ୨୫ ରନ କରିଥିଲେ ବି ଦଳକୁ ବିଜୟ ଦେଇ ପାରିନଥିଲେ । ଡେଥ ଓଭରରେ କୁଲଦୀପ ଯାଦବ, ରସିକସଲାମ, ମୁକେଶ କୁମାର ପ୍ରମୁଖ ଭଲ ବୋଲିଂ କରିବା ଦିଲ୍ଲୀକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । କୁଲଦୀପ ଯାଦବ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇଥିଲେ ।ପୂର୍ବରୁ ୮ ୱିକେଟ ହରାଇ ୨୨୧ ରନ କରିଥିଲା ଦିଲ୍ଲୀ । ଅଭିଷେକ ପୋରେଲ ୬୫, ଜ୍ୟାକ ଫ୍ରେଜର-ମ୍ୟାକଗର୍କ ୫୦ ଓ ତ୍ରିଷ୍ଟନ ଷ୍ଟବ୍ସ ୪୧ ରନ କରିଥିଲେ । ଆର ଅଶ୍ୱିନ ୨୪ ରନ ଦେଇ ୩ଟି ୱିକେଟନେଇଥିଲେ ।ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ମ୍ୟାଚରୁ ୬ ବିଜୟ ସହ ପ୍ଲେଅଫ ଆଶା ଉଜ୍ଜୀବିତ କରିଛି ।ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହି ପ୍ଲେ ଅଫରେ ଗୋଟିଏ ପାଦ ରଖିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ଅପେକ୍ଷା କରିଛି ।ଅନ୍ୟପଟେ ଏକାଦଶ ମ୍ୟାଚରୁ ରାଜସ୍ଥାନ କ୍ରମାଗତ ପରାଜୟ ବରଣ କରିବାରୁ ସଞ୍ଜୁଙ୍କ ଦଳର ସମ୍ଭାବନା ବିଳମ୍ବିତ ହୋଇଛି ।</h3>