ଆସନ୍ତାକାଲି ଓଡିଶା ଆସୁଛନ୍ତି ମାଇକ୍ରୋସଫ୍ଟ କର୍ପୋରେସନର ସିଇଓ ବିଲ୍ ଗେଟ୍ସ । ଆସନ୍ତାକାଲି ଓଡିଶାରେ ପହଞ୍ଚି କୃଷି ଭବନ ପରିଦର୍ଶନ କରିବେ । ଏହାସହ ରାଜ୍ୟରେ ହୋଇଥିବା କୃଷି ବିକାଶର ଅନୁଧ୍ୟାନ କରିବେ । ବିଲ୍ ଗେଟ୍ସଙ୍କ ଓଡିଶା ଗସ୍ତବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି । ସୂଚନାନୁଯାୟୀ ୨୦୧୭ରେ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା । ଓଡ଼ିଶାରେ କୃଷିରେ ଉନ୍ନତି ପାଇଁ ରାଜ୍ୟ ସରକାର ସହ ସେ ଚୁକ୍ତି କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଥିଲା । ଚାଷୀମାନଙ୍କ ଆର୍ଥିକ ଅଭିବୃ୍ଦ୍ଧି , ମହିଳା ସଶକ୍ତିକରଣ ଫାଉଣ୍ଡେସନ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହୋଇଥିଲା । ଏହି ଚୁକ୍ତିନାମା ଅନୁଯାୟୀ ଫାଉଣ୍ଡେସନ ପକ୍ଷରୁ ସମସ୍ତ କୃଷି ପ୍ରକ୍ରିୟାକୁ ଡିଜିଟାଲାଇଜେସନ୍ କରିବା ସହିତ କୃଷକମାନଙ୍କୁ ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ତେବେ ଓଡିଶା ଗସ୍ତ ପୂର୍ବରୁ ରାଜ୍ୟରେ ଚାଷୀମାନଙ୍କୁ ଦିଆଯାଉଥିବା ସହାୟତାକୁ ବିଲ୍ ଗେଟ୍ସ ପ୍ରଶଂସା କରିଛନ୍ତି ।