ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୮.୦୩):ରଙ୍ଗ, ଆନନ୍ଦ ଏବଂ ଭାଇଚାରାର ପର୍ବ ହୋଲି ଓ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ସଭିଏଁ ଆନନ୍ଦର ପବିତ୍ର ପର୍ବକୁ ଆନନ୍ଦ ଉତ୍ସାହର ସହ ସୁରକ୍ଷିତ ଭାବେ ପାଳନ କରନ୍ତୁ ଏବଂ ହୋଲି ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ସେ କହିଛନ୍ତି ।