ଯୌତୁକ ଲୋଭ ରେ ବଶବର୍ତ୍ତୀ ହୋଇ ନିଜ ସ୍ତ୍ରୀ କୁ ନିର୍ଯ୍ୟାତନା ଦେଇ ବିଷ ପିଆଇ ମାରି ଦେଲା ସ୍ୱାମୀ ଢେଙ୍କାନାଳ ଟାଉନ ଥାନା ରେ ଏମିତି ଅଭିଯୋଗ ଆଣିଛନ୍ତି ମୃତ ଝିଅ ର ପିତା ମାତା l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବନମାଳୀ ପ୍ରସାଦ ଗ୍ରାମରେ l ସୂଚନା ମୁତାବକ ଦଶ ବର୍ଷ ପୂର୍ବେ ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଗ୍ରାମର ଅଖିଳ ସେଠି ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବନମାଳୀ ପ୍ରସାଦ ଗ୍ରାମର ସ୍ୱର୍ଗତଃ ଚକ୍ରଧର ସେଠି ଙ୍କ ଏକମାତ୍ର ପୁତ୍ର ଧନେଶ୍ୱର ସେଠୀଙ୍କୁ ବିବାହ ଦେଇଥିଲେ l ବିବାହ ସର୍ତ୍ତ ମୁତାବକ ବିନା ଯୌତୁକ ରେ ଝିଅକୁ ବିବାହ କରିବା ପାଇଁ କଥା ହୋଇଥିଲା ଦୁଇ ପକ୍ଷ ମଧ୍ୟରେ l କିନ୍ତୁ ଝିଅ ଘର ପକ୍ଷ ରୁ ପୁଅ ଘର ପକ୍ଷ କୁ ସ୍ୱଇଛା ରେ ତାଙ୍କ ଆଡୁ ଦଶ ହଜାର ଟଙ୍କା ଓ ଗୋଟିଏ ସୁନା ମୋଦି ସହ ଅନ୍ୟାନ୍ୟ ଚଳଣିୟ ସମ୍ପତି ଦେଇ ବିବାହ କରିଥିଲେ l ଝିଅ ବିବାହ ର ପ୍ରଥମେ ପାଞ୍ଚ ବର୍ଷ ଝିଅ ଖୁସି ରେ ଶଶୁର ଘରେ ଜୀବନ ଯାପନ କରିଥିଲା l ଯେତେବେଳେ ଝିଅ ଟିର ଶାଶୁ ଶଶୁର ଆର ପାରି କୁ ଚାଲିଗଲେ ସେହି ସମୟ ଠାରୁ ଝିଅ ର ସ୍ୱାମୀ ମଦ ମାଂସ ଜୁଆ ଖେଳ ରେ ଲିପ୍ତ ରହି ଅଧିକ ସମ୍ପତି ଲୋଭ ରେ ଝିଅ କୁ ନିର୍ଯ୍ୟାତନା ଦେଉଥିଲା l ଏମିତି କି ନିଜର ସାମାଜିକ କାର୍ଯ୍ୟ ଶୈଳୀ କୁ ଭୁଲି ଯାଇ ନିଜ ର ସ୍ତ୍ରୀ ଓ ପିଲା ଛୁଆ ଙ୍କୁ ପ୍ରତିପୋଷଣ ନକରି ମଦ ପିଇ ମାତାଲ ହୋଇ ବୁଲୁଥିଲା l ସେଥିପାଇଁ ଝିଅ ଝୁନୁ ସେଠି ନିଜର କୌଳିକ ବୃତ୍ତି କୁ ଆପଣାଇ ଶାଶୁ ଘର ବନମାଳି ପ୍ରସାଦ ଗ୍ରାମ ର ସାହୁ ସାଆନ୍ତ ମାନଙ୍କର ଲୁଗାପଟା କାଚି ଯାହା ଯେତିକି ଅର୍ଥ ମିଳୁଥିଲା ସେତିକି ରେ ନିଜର ପିଲାଛୁଆ ଙ୍କ ପେଟ କୁ ଦାନା ଯୋଗାଉ ଥିଲା l ମୃତକ ଝିଅ ର ପିତା ମାତା ଙ୍କୁ ପଚାରିବାରୁ ସେ କୁହନ୍ତି ଝିଅ ମୋର ଗତ ରାଖୀପୂର୍ଣ୍ଣିମା ପାଇଁ ମୋ ଘର କୁ ଗତ ସେପ୍ଟେମ୍ବର ୨୨ ତାରିଖ ଠାରୁ ଆସି ମୋ ପାଖରେ ରହୁଥିଲା l ଓ ଜ୍ୱାଇଁ ଧନେଶ୍ୱର ସେଠି କୌଣସି ଏକ କାମ ରେ ବାହାରେ ରହୁଥିଲା ହେଲେ ଗତ ଆଠ ତାରିଖ ବୁଧବାର ଦିନ ରାତି ଏଗାରଟା ସମୟରେ ନିଶାଶକ୍ତ ଅବସ୍ଥା ରେ ଆସି ଝିଅ କୁ ମୋର ଗାଳି ଗୁଲଜ କରିବା ସହ ତାଙ୍କ ଗାଁ ବନ ମାଳି ପ୍ରସାଦ କୁ ଫେରିଯାଇଥିଲେ l ତା ପର ଗତ ଗୁରୁବାର ଦିନ ଝିଅ ଝୁନୁ ଶଶୁର ଘର ଗ୍ରାମକୁ ସାହୁ ସାଆନ୍ତ ମାନଙ୍କ ର ଲୁଗାପଟା କାଚିବା ଉଦେଶ୍ୟ ରେ ଓ ନିଜ ଶଶୁର ଘର ଘରକୁ ମଧ୍ୟ ଯାଇଥିଲା | ସେହି ଠାରେ ଝୁନୁ ଙ୍କ ସ୍ୱାମୀ ତାଙ୍କୁ ଜବରଦସ୍ତ ମାଡ଼ ମାରି ଗାଳି ଗୁଲଜ କରିବା ସହ ବିଷ ପିଆଇ ମାରିଦେଲା ଘଟଣା ସ୍ଥଳ ରେ ଉପସ୍ଥିତ ଥିବା ଗଣମାଧ୍ୟମ ସାମ୍ନା ରେ ଝୁନୁ ଙ୍କ ଛୋଟ ଝିଅ ମଧ୍ୟ କହିଥିଲା l ଏ ଘଟଣା ପରେ ଝିଅ ର ବାପା ଅଖିଳ ସେଠି ଢେଙ୍କାନାଳ ଟାଉନ ଝିଅ କୁ ନ୍ୟାୟ ଦେବା ଉଦେଶ୍ୟ ଓ ଅଭିଯୁକ୍ତ ଙ୍କ ବିରୋଧ ରେ ଦୃଢକାଯ୍ୟନୁଷ୍ଠାନ ଦେବା ପାଇଁ ଢେଙ୍କାନାଳ ଟାଉନ ଥାନାରେ ଏତେଲା ଦେଇଛନ୍ତି | ଏ ଘଟଣା ରେ ଢେଙ୍କାନାଳ ଟାଉନ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ର ସୂଚନା ମିଳିଛି l ଏ ବାବଦ ରେ ଅଧିକ ତଥ୍ୟ ପାଇଁ ଆମେ ଯେତେବେଳେ ଢେଙ୍କାନାଳ ଟାଉନ ଥାନା ଅଧିକାରୀ ନମିତା ନାୟକ ଙ୍କୁ ଯୋଗାଯୋଗ କରିଥିଲୁ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା, ଏହି ଘଟଣା ଏବେ ସମ୍ପୂର୍ଣ ଢେଙ୍କାନାଳ ରେ ଏକ ଆଲୋଚନା ବିଷୟ ପାଲଟିଥିବା ବେଳେ ଢେଙ୍କାନାଳ ଜନ ସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ସରକାର ଓ ପୋଲିସ ପ୍ରଶାସନ ତରଫରୁ ଅଭିଯୁକ୍ତ କୁ ଦୃଢକାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବୀ ହେଉଛି l
#dhenkanal #NNSODIA