ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୯.୦୨): ଆଜିକାଲି ଦୀପିକା ପାଦୁକୋନଙ୍କୁ ନେଇ ଚାରିଆଡେ ଚର୍ଚ୍ଚା। ନିକଟରେ ଅଭିନେତ୍ରୀଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ହଇଚଇ ଖେଳାଇଛି। ସେହିପରି ତାଙ୍କ ଚଳଚ୍ଚିତ୍ର ‘ପଠାନ’ର ବକ୍ସ ଅଫିସ୍ ରୋଜଗାରକୁ ନେଇ ମଧ୍ୟ ଚାରିଆଡେ ଆଲୋଚନା ହେଉଛି।
ଏହି ସମୟରେ, ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ରର ରିଲିଜ ତାରିଖର ପୋଷ୍ଟର ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହିତ ପ୍ରଶଂସକମାନେ ପ୍ରଭାସ ଏବଂ ଦୀପିକାଙ୍କ ଯୋଡି ଦେଖି ସୋସିଆଲ ମିଡିଆରେ କମେଣ୍ଟ ପରେ କମେଣ୍ଟ ଦେଇଚାଲିଛନ୍ତି।
ମହାଶିବରାତ୍ରୀ ଅବସରରେ ଦୀପିକା ପାଦୁକୋନ ପ୍ରଶଂସକଙ୍କୁ ଉପହାର ଦେଇଛନ୍ତି। ଅଭିନେତ୍ରୀ ଫିଲ୍ମର ପୋଷ୍ଟର ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ ତିନି ଜଣ ଲୋକ ବନ୍ଧୁକ ଧରି ଠିଆ ହୋଇଛନ୍ତି। ଫଟୋରେ ସେମାନଙ୍କ ପଛ ପାଖ ଦେଖାଯାଉଛି। ତିନି ଜଣଙ୍କ ଉପରେ ୧୨, ୦୧ ଓ ୨୪ ବୋଲି ଲେଖାଯାଇଛି। ଏହା ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ରର ପ୍ରୋଜେକ୍ଟ।